ନୂଆଦିଲ୍ଲୀ,୨/୦୬: ରାଜୀବ ଶୁକ୍ଲା ହେବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ଅନ୍ତରୀଣ ଅଧ୍ୟକ୍ଷ । ବର୍ତ୍ତମାନ ବିସିସିଆଇ ଅଧ୍ୟକ୍ଷ ଥିବା ରୋଜର ବିନ୍ନୀଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି, ତେଣୁ ଏପରି ସ୍ଥିତିରେ ବିସିସିଆଇ ଉପାଧ୍ୟକ୍ଷ ଥିବା ରାଜୀବ ଶୁକ୍ଲା ଆସନ୍ତା ୩ ମାସ ପାଇଁ ବିସିସିଆଇର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ବୋଲି ସୂଚନା ମିଳିଛି ।ସୂଚନା ମୁତାବକ, ରୋଜର ବିନ୍ନୀଙ୍କୁ ଜୁଲାଇ ୧୯ ତାରିଖରେ ୭୦ ବର୍ଷ ହୋଇଯିବ । ଆଉ ବିସିସିଆଇର ସମ୍ବିଧାନ ଅନୁସାରେ ଅଧ୍ୟକ୍ଷ ପଦ ପାଇଁ ସର୍ବାଧିକ ବୟସ ସୀମା ରହିଛି ୭୦ ବର୍ଷ । ତେଣୁ ବିସିସିଆଇର ସମ୍ବିଧାନ ଅନୁସାରେ ରୋଜର ବିନ୍ନୀଙ୍କୁ ନିଜ ପଦ ଛାଡ଼ିବାକୁ ପଡ଼ିବ । ଆଉ ଯେ ପର୍ଯ୍ୟନ୍ତ ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ରାଜୀବ ଶୁକ୍ଲା ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ । ସେ ଏବେ ବିସିସିଆଇର ଉପାଧ୍ୟକ୍ଷ ପଦରେ ଅଛନ୍ତି ।