ରାଜ୍ୟରେ ପାଳନ ହେଉଛି ଗଣପର୍ବ ରଜ, ଝିଅମାନେ ସଜେଇ ହୋଇ ଖେଳୁଛନ୍ତି ଦୋଳି

ଭୁବନେଶ୍ୱର,୧୪/୦୬: ରାଜ୍ୟରେ ପାଳନ ହେଉଛି ଗଣପର୍ବ ରଜ। ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ଝିଅ ମାନେ ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି ପିନ୍ଧି ପରମ୍ପରା ଅନୁଯାୟୀ ପାଳନ କରୁଛନ୍ତି ପହିଲି ରଜ । ତିନି ଦିନ ଧରି ଗାଁ ଠୁ ସହର ସବୁଠି ଜମିଥାଏ ରଜର ଆସର । ରଜର ପ୍ରଥମ ଦିନକୁ ପହିଲି ରଜ ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ ।ଚତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ । ରଜରେ ଆସର ରଜଦୋଳି, ଘରେ ଘରେ ପୋଡ ପିଠା ଓ ରଜ ପାନ ପ୍ରସ୍ତୁତ କରାଯାଇଥାଏ । କଥାରେ ଅଛି ଚାଷୀ ଚାଷ କାର୍ଯ୍ୟ କରିବା ପୂର୍ବରୁ ପରିବାର ସହ ହସଖୁସିରେ ରଜ ପର୍ବ ପାଳନ କରାଯାଇଥାଏ । ପରେ ଚାଷୀ ଚାଷ କାମରେ ଲାଗିପଡିଥାଏ।

Leave a Reply

Your email address will not be published. Required fields are marked *