ଆସନ୍ତା ଦୁଇ ଦିନ ରାଜ୍ୟର ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୩୦/୦୯: ମା’ଙ୍କ ଆଗମନରେ ଗାଁଠୁ ସହର ଏବେ ଉତ୍ସବ ମୁଖର । ଏହାରି ଭିତରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ପ୍ରଭାବରେ ଦଶହରାକୁ ଭିଜାଇ ପାରେ ବୋଲି ଆଶଙ୍କା କରାଯାଉଛି । ଉତ୍ତର- ଆଣ୍ଡାମାନ ସାଗରରେ ଦାନାବାନ୍ଧୁଛି ଏକ ଘୂର୍ଣ୍ଣିବଳୟ । ଆଇଏମଡିର ଆକଳନ ଅନୁସାରେ, ଏହାର ପ୍ରଭାବରେ ଅକ୍ଟୋବର ୧ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅକ୍ଟୋବର ୨ ବେଳକୁ ଅବପାତର ରୂପ ନେଇପାରେ । ଆସନ୍ତାକାଲି ରାତିରୁ ଉତ୍ତର ଉପକୂଳ ସମେତ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତାକାଲି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼, ଭଦ୍ରକ, ବାଲେଶ୍ଵର ଆଦି ଜିଲ୍ଲାରେ  ମଧ୍ୟମରୁ ପ୍ରବଳ ବର୍ଷା ଅନୁଭୂତ ହୋଇପାରେ। ୨ ରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେଉଁଝର, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।