ଭୁବନେଶ୍ୱର,୨୯/୦୮ : ସେପ୍ଟେମ୍ବର ପହିଲାରୁ ବଢ଼ିବ ବର୍ଷାର ପରିମାଣ। ଆଗକୁ ପଛକୁ ପଛ ଦୁଇଟି ଲଘୁଚାପ ଆସୁଛି। ଗୋଟିଏ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଓ ଆଉ ଗୋଟିଏ ଦ୍ଵିତୀୟ ସପ୍ତାହରେ। ପାଣିପାଗ ବିଭାଗ ପକ୍ଷରୁ ଆଗମୀ ଦୁଇ ସପ୍ତାହ ପାଇଁ ବିସ୍ତାରିତ ପାଣିପାଗର ପୂର୍ବାନୁମାନ ଜାରି ହୋଇଛି । ଆକଳନ ଅନୁସାରେ ସେପ୍ଟେମ୍ବର ୩ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ଅଧିକ ଘନୀଭୂତ ହୋଇ ୫ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ଅଛି । ଏହାପରେ ଦ୍ଵିତୀୟ ସପ୍ତାହ ବେଳକୁ ପୁଣି ଆଉ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଓଡ଼ିଶାରେ ଆସନ୍ତା ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୩ ଭିତରେ ପ୍ରବଳ ବର୍ଷା ହୋଇପାରେ। ଆକଳନ ଅନୁସାରେ ସେପ୍ଟେମ୍ବର ୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ଅଧିକ ଘନୀଭୂତ ହୋଇ ୫ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ଅଛି। ଏହାପରେ ଦ୍ଵିତୀୟ ସପ୍ତାହ ବେଳକୁ ପୁଣି ଆଉ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଓଡ଼ିଶାରେ ଆସନ୍ତା ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୩ ଭିତରେ ପ୍ରବଳ ବର୍ଷା ହୋଇପାରେ।