ଆସନ୍ତା ୬ରେ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର,୨/୦୭:ଜୁଲାଇ ୬ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରଭାବରେ ପଶ୍ଚିମ ଓଡିଶା,  ଉତ୍ତରଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ବଢ଼ିବ । ସମ୍ଭାବ୍ୟ ଲଘୁଚାପ ଯୋଗୁଁ  ମହାନଦୀ ଓ ବ୍ରାହ୍ମଣୀ ବେସିନରେ ବର୍ଷା ହେବ । ଛତିଶଗଡ଼ ଉପର ମୁଣ୍ଡରେ ବର୍ଷା ହେଲେ ମହାନଦୀ ଫୁଲିବାର ସମ୍ଭାବନା ଅଛି । ଛତିଶଗଡ଼ ପାଣି ଛାଡ଼ିଲେ ହୀରାକୁଦ ଦେଇ ତଳମୁଣ୍ଡରେ ଜଳସ୍ତର ବଢ଼ିବା ସହ ବନ୍ୟା ଆସିବାର ଆଶଙ୍କା ରହିଛି ।  ବ୍ରାହ୍ମଣୀ ନଦୀରେ ମଧ୍ୟରେ ମଧ୍ୟ ବନ୍ୟା ହେବାର ଆଶଙ୍କା କରାଯାଉଛି । ଏବେ ରାଜ୍ୟରେ ଲଘୁଚାପ ସକ୍ରିୟ ରହିଛି । ଆଜି ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦେଇଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ସମୁଦ୍ର ନଯିବା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।