ସକାଳେ ଖରା ଅପରାହ୍ଣରେ ଛେଚୁଛି ବର୍ଷା, ୧୧ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୦୫/୦୬: ସକାଳେ ଖରା ଅପରାହ୍ଣରେ ଛେଚୁଛି ବର୍ଷା । କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗର ସତର୍କବାଣୀ । ଆଜି ୧୧ଟି ଉପକୂଳ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ସେପଟେ ଆଗକୁ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢ଼ିପାରେ ତାପମାତ୍ରା । ଗରମ ଗୁଳୁଗୁଳି ସହିତ ବହିପାରେ ଝାଞ୍ଜି ପବନ ବହିବ । ଜୁନ ୭ ତାରିଖ ପରେ ରାଜ୍ୟର କେତେକ ସ୍ଥାନରେ ୪୨ ଡିଗ୍ରି ଛୁଇଁପାରେ ତାପମାତ୍ରା । ୧୫ ତାରିଖ ପରେ ବଦଲିପାରେ ପାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଏଭଳି କିଛି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବା ବେଳେ କିଛି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । ଆଗାମୀ ୧୦ରୁ ୧୨ ତାରିଖ ମଧ୍ୟରେ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୮ ଡିଗ୍ରି ବା ତା’ଠାରୁ ବି ଅଧିକ ରହିପାରେ । ତେବେ ଖରା ଗରମ ସହିତ ପଶ୍ଚିମା ଝାଞ୍ଜି ପବନ ବହିବା କାରଣରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର ବରଗଡ଼, ସୋନପୁର, ବଲାଙ୍ଗୀର, ଦେବଗଡ଼ ଓ ଅନୁଗୁଳର ତାପମାତ୍ରା ଅଧିକ ରହିବ । ଏହା ସହିତ ଆଭ୍ୟନ୍ତରୀଣ ଓଡିଶା କେନ୍ଦ୍ରପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର ଅଞ୍ଚଳର କିଛି କିଛି ସ୍ଥାନ ମାନଙ୍କରେ ତାପମାତ୍ରା ବୃଦ୍ଧି ପାଇବା ସହିତ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ।

Leave a Reply

Your email address will not be published. Required fields are marked *