ପୁରୀ ଶ୍ରୀମନ୍ଦିରରେ ପରିଚାଳନା କମିଟିର ବୈଠକ ଶେଷ, ଖୁବଶୀଘ୍ର ଲାଗୁ ହେବ ଧାଡି ଦର୍ଶନ ବ୍ୟବସ୍ଥା

ପୁରୀ,୦୩/୦୯: ପୁରୀ ଶ୍ରୀମନ୍ଦିରରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ ହୋଇଛି । ନାଟମଣ୍ଡପରେ ଧାଡି ଦର୍ଶନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ଖୁବଶୀଘ୍ର ଧାଡି ଦର୍ଶନ ଲାଗୁ ହେବ। ଜିଲ୍ଲାପାଳ, ଏସପି,୫ ଜଣ ସେବକ ପ୍ରତିନିଧି, ଓବିସିସି,ଏଏସଆଇ ପ୍ରତିନିଧି ଧାଡି ଦର୍ଶନ ସମୀକ୍ଷା କରିବେ। ଧାଡି ଦର୍ଶନ ପାଇଁ ନୀତିକାନ୍ତି ପ୍ରଭାବିତ ଯେଭଳି ହେବନି ତାହା ଉପରେ ଗୁରୁତ୍ୱ। ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ କରାଯିବ। ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ପାଇଁ ଏଏସଆଇ ତରଫରୁ ଅନୁମତି ଦେଇଛି। କମିଟି ଏକ ଏସଓପି କରିବ। ତାହା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେଵ। ଦିବ୍ୟାଙ୍ଗମାନଙ୍କ ପାଇଁ ଉତ୍ତରଦୁଆରରେ ରାମ୍ପ୍ ବ୍ୟବସ୍ଥା ପାଇଁ ଏକ କମିଟି ଗଠନ ହୋଇଛି। ତା ପାଇଁ ଏକ ଏସଓପି କରାଯିବ। ସଂସଦ ଭବନରେ ରଥଚକ ସ୍ଥାନ ପାଇଁ ପରିଚାଳନା କମିଟି ଅନୁମୋଦନ କରିଛି। ଶ୍ରୀମନ୍ଦିର ଭିତରେ ମାତୃ ସ୍ତନ୍ୟପାନ ଗୃହ କାର୍ଯ୍ୟକ୍ଷମ ଉପରେ ଆଲୋଚନା ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି।