ପୁରୀ ଶ୍ରୀମନ୍ଦିରକୁ ବୋମା ଧମକ, ଧମକପୂର୍ଣ୍ଣ ମେସେଜ୍ ମାମଲାରେ ଜଣେ ଅଟକ

ଭୁବନେଶ୍ୱର,୨୧/୦୧: ପୁରୀ ଶ୍ରୀମନ୍ଦିରକୁ ବୋମା ଧମକ । ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ୍ ମାମଲାରେ ଜଣକୁ ଅଟକ ରଖିଛି ପୁଲିସ । ଏକ ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଧମକପୂର୍ଣ୍ଣ ମେସେଜ୍ ଦିଆଯାଇଥିଲା । ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ ଏବଂ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟାଇ ଦିଆଯିବ ବୋଲି ଏଥିରେ ଲେଖାଯାଇଥିଲା । ଏପରିକି ଖୁବଶୀଘ୍ର ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ ହେବ ବୋଲି ଧମକ ଦିଆଯାଇଥିଲା , ଏହି ମାମଲାରେ ଜଣଙ୍କୁ ଅଟକ ରଖାଯାଇଛି । ତେବେ ସେ କିଏ ଓ ସେ ଏଭଳି କାହିଁକି ପୋଷ୍ଟ କରିଛନ୍ତି ତାକୁ ନେଇ ଆଶଙ୍କା ବଢ଼ିଛି । ପୂର୍ବରୁ ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ଥିବା ଗୁଇନ୍ଦା ବିଭାଗ ତରଫରୁ ସ୍ପଷ୍ଟ ହୋଇଥିବା ବେଳେ, ଏହି ଧମକପୂର୍ଣ୍ଣ ମେସେଜକୁ ନେଇ ସାଧାରଣରେ ଭୟର ବାତାବରଣ ଦେଖାଦେଇଛି ।