ଇତିହାସ ରଚିଲା ଇସ୍ରୋ, ଶ୍ରୀହରିକୋଟାରୁ PSLV-C62 ରକେଟ୍ ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ,୧୨/୦୧: ଭାରତ ପୁଣି ଥରେ ଇତିହାସ ରଚିଛି। ISRO ୨୦୨୬ର ପ୍ରଥମ କକ୍ଷପଥ ମିଶନକୁ ସଫଳତାର ସହ ଉତକ୍ଷେପଣ କରିଛି। ଶ୍ରୀହରିକୋଟାରୁ PSLV-C62 ରକେଟ୍ ଉତକ୍ଷେପଣ କରାଯାଇଛି । ଏହି ମିଶନ ସତୀଶ ଧୱନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡ୍‌ରୁ ଉତକ୍ଷେପଣ କରାଯାଇଥିବା ଜଣାପଡ଼ିଛି । ମିଶନର ମୂଳ ଉପାଦାନ ହେଉଛି EOS-N1 ଅନ୍ବେଶା, ଏହା ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଦ୍ୱାରା ବିକଶିତ ଏକ ହାଇପରସ୍ପେକ୍ଟ୍ରାଲ୍ ଉପଗ୍ରହ। ଅନ୍ବେଶା ଉପଗ୍ରହକୁ ଉନ୍ନତ ପୃଥିବୀ ପର୍ଯ୍ୟବେକ୍ଷଣ ପ୍ରୟୋଗ ପାଇଁ ଡିଜାଇନ୍ କରାଯାଇଛି । ‘ଅନ୍ୱେଷା’ କେବଳ ଏକ ଉପଗ୍ରହ ନୁହେଁ, ବରଂ ଏହା ଭାରତୀୟ ବେସରକାରୀ ମହାକାଶ ଶିଳ୍ପର ବଢୁଥିବା ଶକ୍ତିର ପ୍ରତୀକ । ଏହି ଉପଗ୍ରହଟି ମୁଖ୍ୟତଃ ଆଇଆଇଟି ମାଦ୍ରାସରୁ ସୃଷ୍ଟି ହୋଇଥିବା ଷ୍ଟାର୍ଟଅପ୍ ‘ଗାଲାକ୍ସଆଇ ସ୍ପେସ୍’ ଦ୍ୱାରା ପ୍ରସ୍ତୁତ କରାଯାଇଛି । ISRO ଏବଂ IN-SPACe ର ସହଯୋଗରେ ଏହି ପ୍ରକଳ୍ପ ସଫଳ ହୋଇଛି । ଭାରତ ସରକାରଙ୍କ ‘ଆତ୍ମନିର୍ଭର ଭାରତ’ ଅଭିଯାନ ଅଧୀନରେ ବେସରକାରୀ କମ୍ପାନୀଗୁଡ଼ିକୁ ମହାକାଶ କ୍ଷେତ୍ରରେ ସୁଯୋଗ ଦେବା ପାଇଁ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ।