ଓଡ଼ିଶା ବିଧାନସଭାକୁ ସମ୍ବୋଦନ କରିବା ମୋ ପାଇଁ ଅତ୍ୟଧିକ ଖୁସିର କଥା: ରାଷ୍ଟ୍ରପତି

ଭୁବନେଶ୍ୱର,୨୭/୧୧: ଜୟ ଜଗନ୍ନାଥ କହି ବିଧାନସଭାରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ କହିଛନ୍ତି, ଘରକୁ ଫେରିବା ପରି ମନେ ହେଉଛି । ରାଜ୍ୟପାଳ ଏକଦମ ଠିକ୍‌ କହିଛନ୍ତି । ଦେଶର ଅନେକ ବିଧାନସଭାକୁ ସମ୍ବୋଦନ କରିବାର ସୁଯୋଗ ପାଇଛି । କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଦନ କରିବା ମୋ ପାଇଁ ଅତ୍ୟଧିକ ଖୁସିର କଥା । ମୁଁ ଗାଁରୁ ଆସିଥିଲି ସାଧାରଣ ଝିଅ ହୋଇ, ଏ ଗୃହ ମୋତେ ସବୁ କିଛି ଶିଖେଇଛି । ରାଜନୈତିକ ହିସାବରେ ସମସ୍ତଙ୍କୁ କେମିତି ବ୍ୟବହାର କରିବା । ଏ ମୋତେ ନିଅଁ ଦେଇଛି, ଆଉ ଏ ନିଅଁ ସୁଦୃଢ଼ ହେଇନଥାନ୍ତା ଯଦି ଓଡ଼ିଶା ଲୋକଙ୍କ ଆଶୀର୍ବାଦ ନଥାନ୍ତା । ମୁଁ ଯେଉଁ ଜାଗାରେ ଅଛି ସେହି ଜାଗାରେ ପହଞ୍ଚିପାରିନଥାନ୍ତି । ବିଧାନସଭାର ବହୁତ ସ୍ମୃତି ମନେ ପଡ଼ୁଛି । ବିଧାୟିକା ଭାବରେ ପ୍ରଶ୍ନ କରିଛି, ମନ୍ତ୍ରୀ ହୋଇ ଉତ୍ତର ରହିଛି । ଅନେକ ସଦସ୍ୟଙ୍କୁ ମୁଁ ଜାଣିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୁଁ କାମ କରିଛି । ୨୦୦୦ ମସିହାରେ ମୋହନ ବାବୁଙ୍କ ସହ ବି କାମ କରିଛି । ଆତ୍ମୀୟ ପରିବେଶରେ ଭାବବିହ୍ୱଳ ହେଉଛି ।