ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି, ଗତକାଲିଠୁ ଉପାସରେ ଥିଲେ…

ଭୁବନେଶ୍ୱର,୩୦/୧୦:ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ସକାଳୁ ମଙ୍ଗଳ ଆଳତୀ ଅବକାଶ ସରିଛି । କିଛି ସମୟ ଭିତରେ ଆରମ୍ଭ ହେବ କୋଠ ଭୋଗ ପ୍ରକ୍ରିୟା । ବ୍ରାହ୍ମଣ ନିଯୋଗ ସମ୍ପାଦକ ଏନେଇ ସୂଚନା ଦେଇଛନ୍ତି।

କାର୍ତ୍ତିକ ମାସ ପରି ପବିତ୍ର ଧର୍ମମାସରେ ଦେଖା ଦେଇଛି ମହାବିଭ୍ରାଟ । କାର୍ତ୍ତିକ ମାସରେ ଉପାସରେ ରହିଥିଲେ ପ୍ରଭୁ ଲିଙ୍ଗରାଜ । ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବନ୍ଦ କରିିଥିଲେ ସେବାୟତ। ପାଳି ଥିବା ସମର୍ଥା ନିଯୋଗ ସେବାୟତ ବନ୍ଦ କରିି ଥିଲେ ନୀତି । ଗତକାଲି ସକାଳୁ ସାହାଣ ମେଲା, ସୂର୍ଯ୍ୟ ପୂଜା ପରେ ଦ୍ଵାରପାଳ ପୂଜା ପରଠୁ ନୀତି କାନ୍ତି ବନ୍ଦ କରିଥିଲେ ସେବାୟତ। ନିଅଂଶ ପାଳି ପଡୁଥିବାରୁ ମନ୍ଦିର ପ୍ରଶାସନ ବିବାଦରେ ହସ୍ତକ୍ଷପ କରି ସମାଧାନ ନକରିଥିବାରୁ ଲିଙ୍ଗରାଜ ମହାପ୍ରଭୁ ମହାକାର୍ତ୍ତିକ ମାସରେ ଖଡା ଉପବାସରେ ଅଛନ୍ତି ।