ଭୁବନେଶ୍ୱର,୨୩/୧୨: ଜାନୁଆରୀ ପହିଲାରୁ କଡ଼ାକଡ଼ି ହେବ ପେଟ୍ରୋଲ ପମ୍ପରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ନିୟମ । ନୂଆବର୍ଷଠୁ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ୍ କି ଡିଜେଲ୍ । ପେଟ୍ରୋଲ ଡିଲର ସଂଘ, ତୈଳ କମ୍ପାନୀ ଅଧିକାରୀ ଓ ପରିବହନ ବିଭାଗର ଅଧିକାରୀଙ୍କ ସହ ପରିବହନ କମିସନରଙ୍କ ବୈଠକରେ ହୋଇଛି ଏହି ନିଷ୍ପତ୍ତି ।ଏବେ ପିୟୁସି ସାର୍ଟିଫିକେଟ୍ ପାଇଁ ଲୋକଙ୍କୁ ସଚେତନ କରାଯିବ । ଜାନୁଆରୀ ୧ରୁ ସଡ଼କ ସପ୍ତାହ ମାସ ଆରମ୍ଭ ହେଉଥିବା ବେଳେ, ନିୟମକୁ କଡ଼ାକଡ଼ି କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ସୂଚନା ଦେଇଛନ୍ତି ପରିବହନ କମିସନର ଅମିତାଭ ଠାକୁର । ପ୍ରଦୂଷଣ ପ୍ରମାଣପତ୍ର କରାଇବା ପାଇଁ ଲୋକଙ୍କୁ ମିଳିବ ସମୟ । ପ୍ରଥମ ଥର ପାଇଁ ପିୟୁସିସି ଚାଲାଣ କଟିଲେ, ତାକୁ ଛାଡ଼ କରାଯିବ। ପେଟ୍ରୋଲ ପମ୍ପ ନିକଟରେ ପିୟୁସି ସାର୍ଟିଫିକେଟ୍ କରିବାକୁ ବ୍ୟବସ୍ଥା ହେବ। ସମସ୍ତଙ୍କ ପାଇଁ ପ୍ରଦୂଷଣ ପ୍ରମାଣପତ୍ର ଜରୁରୀ ବୋଲି କହିଲେ ପରିବହନ କମିସନର