ସେନାମୁଖ୍ୟ ନେଲେ ରାମ ମନ୍ତ୍ର ଦୀକ୍ଷା, ଦକ୍ଷିଣାରେ ପିଓକେ ମାଗିଲେ ରାମଭଦ୍ରାଚାର୍ଯ୍ୟ

ନୂଆଦିଲ୍ଲୀ,୨୯/୦୫: ଦକ୍ଷିଣାରେ ପିଓକେ ମାଗିଛନ୍ତି ରାମଭଦ୍ରାଚାର୍ଯ୍ୟ । ଭାରତ ପାକିସ୍ତାନ ଭିତରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଥିବାବେଳେ, ସେନା ମୁଖ୍ୟଙ୍କୁ ଏମିତି କିଛି ଗୁରୁ ଦକ୍ଷିଣା ମାଗିଛନ୍ତି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ । ଯାହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟପ୍ରଦେଶର ଚିତ୍ରକୂଟରେ ଥିବା ତୁଳସୀ ଆଶ୍ରମରେ ପହଞ୍ଚିଥିଲେ । ଯେଉଁଠି ସେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଭେଟିବା ସହିତ ତାଙ୍କଠାରୁ ରାମ ମନ୍ତ୍ର ଦୀକ୍ଷା ଗ୍ରହଣ କରିଥିଲେ । ରାମଭଦ୍ରାଚାର୍ଯ୍ୟଙ୍କଠାରୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରାମ ଦୀକ୍ଷା ନେବାପରେ, ଦକ୍ଷିଣାରେ ତାଙ୍କୁ ପିଓକେ ମାଗିଥିଲେ ରାମଭଦ୍ରାଚାର୍ଯ୍ୟ । ଆଉ ମିଡିଆକୁ କହିଥିଲେ, ସେନା ମୁଖ୍ୟଙ୍କୁ ରାମ ଦୀକ୍ଷା ଦେବା ପରେ, ସେ ଗୌରବ ଅନୁଭବ କରୁଛନ୍ତି । ହେଲେ ଦକ୍ଷିଣାରେ କିନ୍ତୁ ସେ ପିଓକେ ମାଗିଛନ୍ତି । ପାକିସ୍ତାନ ଯଦି ଆଗାମୀ ଦିନରେ, କିଛି ବି ଆତଙ୍କବାଦୀ କାର୍ଯ୍ୟକଳାପ କରେ, ତେବେ ତାକୁ ପାନେ ଦେବା ପାଇଁ ସେନା ମୁଖ୍ୟଙ୍କୁ ସେ ରାମ ଦୀକ୍ଷା ମନ୍ତ୍ର ଦେଇଛନ୍ତି ବୋଲି ରାମଭଦ୍ରାଚାର୍ଯ୍ୟ କହିଥିଲେ ।

Leave a Reply

Your email address will not be published. Required fields are marked *