ନୂଆଦିଲ୍ଲୀ,୨୯/୦୭: ଅପରେସନ୍ ସିନ୍ଦୂରକୁ ନେଇ ଲୋକସଭାରେ ଦୁଇ ଦିନ ବଡ଼ ବିତର୍କ ଚାଲିଛି। ବିବୃତି ଆରମ୍ଭରୁ ସେନାର ପରାକ୍ରମକୁ ସାଲ୍ୟୁଟ କରିବା ସହ ବିରୋଧୀଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ଗୃହରେ ଭାରତର ପକ୍ଷ ରଖିବାକୁ ଛିଡ଼ା ହୋଇଛି । ଯେଉଁମାନଙ୍କୁ ଭାରତର ପକ୍ଷ ଦେଖାଯାଉନାହିଁ, ସେମାନଙ୍କୁ ଆଇନ୍ ଦେଖାଇବାକୁ ମୁଁ ଛିଡ଼ା ହୋଇଛି । ଭାରତ ଯେଉଁଭଳି ରଣନୀତି ପ୍ରସ୍ତୁତ କରିଥିଲା, ଠିକ୍ ସେହିଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଏପ୍ରିଲ ୨୨ରେ ମାତ୍ର ୨୨ ମିନିଟରେ ଆମେ ପ୍ରତିଶୋଧ ନେଇଛୁ । ପାକିସ୍ତାନର କୋଣଅନୁକୋଣରେ ଥିବା ଆତଙ୍କୀ ଠିକଣାକୁ ଧ୍ୱଂସ କରିଛୁ । ଯାହା ପରେ ଆତଙ୍କୀଙ୍କ ସର୍ଦ୍ଦାରଙ୍କ ନିଦ ହଜିଯାଇଛି । ଏବେବି ପାକିସ୍ତାନର ଅନେକ ଏୟାରବେସ ଆଇସିୟୁରେ । ଅପରେସନ୍ ସିନ୍ଦୂରକୁ ୧୯୩ ଦେଶ ଆମକୁ ସମର୍ଥନ କରିଛନ୍ତି । କେବଳ ତିନି ଦେଶ ପାକିସ୍ତାନକୁ ସମର୍ଥନ କରିଛନ୍ତି ।