ଭୁବନେଶ୍ୱର,୧/୦୭: ୮ ଦିନରେ ୫ ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । କାଲିଠାରୁ ମୋଦୀଙ୍କ ବିଦେଶ ଗସ୍ତ ଆରମ୍ଭ ହେଉଛି , କୂଟନୈତିକ ସ୍ତରରେ ମୋଦୀଙ୍କ ଗସ୍ତ ଭାରତ ପାଇଁ ଲାଭଦାୟକ ହୋଇପାରେ । ଘାନାକୁ ପ୍ରଥମେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ପରେ ଅନ୍ୟ ଦେଶକୁ ଯାଇ ବ୍ରିକ୍ସ ସମ୍ମିଳନୀର ଯୋଗଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁଲାଇ ୨ ତାରିଖରୁ ୮ ଦିନିଆ ପାଞ୍ଚଟି ଦେଶ ଗସ୍ତରେ ଯାତ୍ରା କରିବେ । ଯାହା ମୋଦୀଙ୍କ ଗତ ୧୦ ବର୍ଷର ସବୁଠାରୁ ଦୀର୍ଘ କୂଟନୈତିକ ଯାତ୍ରା ହେବ । ଏହି ଯାତ୍ରାରେ ମୋଦୀ ଘାନା, ତ୍ରିନିଦାଦ ଓ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିଆକୁ ଯିବେ ।