ନୂଆଦିଲ୍ଲୀ,୧୩/୦୫: ଆଦମପୁର ଏୟାରବେସ୍ରୁ ବୀର ଯବାନଙ୍କୁ ଭେଟି ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ ଏଣିକି ସର୍ବଦା ଘରେ ପଶି ମାରିବୁ, ଆତଙ୍କୀଙ୍କୁ ବଞ୍ଚିବାକୁ ଦେବୁନି । ମହାରାଣା ପ୍ରତାପଙ୍କ ପଂକ୍ତିଙ୍କୁ ଆଧାର କରି ନିଶାନା କରିଛନ୍ତି । ଅପରେସନ ସିନ୍ଦୂର ଆମ ମନୋବଳ ବଢ଼ାଇଛି । ୨୦ରୁ ୨୫ ମିନିଟ୍ ଭିତରେ ସଠିକ ଟାର୍ଗେଟ୍ ନିଶ୍ଚିତ ବାହାଦୁରୀ ବୋଲି ସେ କହିଛନ୍ତି । ସେମାନେ କିଛି କଳ୍ପନା କରିବା ପୂର୍ବରୁ ହିଟ୍ କରିପାରିଲେ ଆମ ବୀର ଯବାନ । ଆତ୍ମରକ୍ଷା ବାଟ ନ ପାଇ ପାକିସ୍ତାନ ବେସାମରିକ ବିମାନ ଉଡ଼ାଇଲା । ଏହାସହ ସେ ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନୀ ଡ୍ରୋନ, ଏୟାରକ୍ରାଫ୍ଟ ଆମ ଏୟାର ଡିଫେନ୍ସ କ୍ରସ୍ କରିପାରିନି । ଅପରେସନ ସିନ୍ଦୂର ଆମ ନ୍ୟୁ ନର୍ମାଲ । କୌଣସି ପ୍ରକାର ନ୍ୟୁକ୍ଲିୟର ବ୍ଲାକମେଲିଂ ଭାରତ ସହିବନି । ବାୟୁସେନା, ନୌସେନା, ସ୍ଥଳସେନା ମିଶିକି ସଫଳତା ପାଇଲେ । ଏହାର ଶ୍ରେୟ ଆପଣ ସମସ୍ତେ ପାଇବାକୁ ହକ୍ଦାର । ସୀମା ଜଗିଥିବା ସବୁ ଯବାନଙ୍କୁ ମଧ୍ୟ ସଫଳତାର ଶ୍ରେୟ ଯିବ । ଆମକୁ ସର୍ବଦା ତୟାର ରହିବାକୁ ପଡ଼ିବ । ଭାରତ ଶାନ୍ତି ଚାହେଁ, ମାତ୍ର ଯୁଦ୍ଧ ହେଲେ ମାଟିରେ ମିଶାଇବୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।