ନୂଆଦିଲ୍ଲୀ, ୨୩/୧୧: ଦକ୍ଷିଣ ଆଫ୍ରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋହାନେସବର୍ଗରେ ଅନୁଷ୍ଠିତ ଜୀ-୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ବିଶ୍ୱ ବିକାଶ ପାଇଁ ଛଅଟି ନୂଆ ଉଦ୍ୟୋଗ ପ୍ରସ୍ତାବ ଦେଇଛନ୍ତି । ବିଶ୍ୱ ପାରମ୍ପରିକ ଜ୍ଞାନ ଭଣ୍ଡାର, ଆଫ୍ରିକା ଦକ୍ଷତା ଉଦ୍ୟୋଗ, ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପ୍ରତିକ୍ରିୟା ଟିମ୍, ଡ୍ରଗ୍-ଆତଙ୍କବାଦ ସମ୍ପର୍କ ବିରୋଧୀ ଉଦ୍ୟୋଗ, ଖୋଲା ଉପଗ୍ରହ ଡାଟା ଭାଗିଦାରୀ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପରିବର୍ତ୍ତନଶୀଳତା ଉଦ୍ୟୋଗ ପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଏହି ଉଦ୍ୟୋଗଗୁଡ଼ିକ ସର୍ବାଙ୍ଗୀନ ଅଭିବୃଦ୍ଧି ହାସଲ କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।
ଜି- ୨୦ରେ ମୋଦୀଙ୍କ ୬ ପ୍ରସ୍ତାବ
-ବିଶ୍ୱ ପାରମ୍ପରିକ ଜ୍ଞାନ ଭଣ୍ଡାର
-ଆଫ୍ରିକା ଦକ୍ଷତା ଉଦ୍ୟୋଗ ବିକାଶ
-ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ବିଶେଷଜ୍ଞ ଟିମ୍
-ଡ୍ରଗ୍-ଆତଙ୍କବାଦ ବିରୋଧୀ ଉଦ୍ୟୋଗ
-ଖୋଲା ଉପଗ୍ରହ ଡାଟା ଭାଗିଦାରୀ
-ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପରିବର୍ତ୍ତନଶୀଳତା ଉଦ୍ୟୋଗ