ନୂଆଦିଲ୍ଲୀ,୨୧/୦୯: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ସେ କହିଛନ୍ତି ଯେ ସଞ୍ଚୟ ମହୋତ୍ସବ ପ୍ରତ୍ୟେକ ନାଗରିକଙ୍କ ପାଇଁ ଟଙ୍କା ସଞ୍ଚୟ କରିବ । GST ସଞ୍ଚୟ ମହୋତ୍ସବ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ।ଆସନ୍ତାକାଲିଠାରୁ ପ୍ରତ୍ୟେକ ଘରେ ଖୁସି ବୃଦ୍ଧି ପାଇବ । ଜିଏସ୍ଟି ଦେଶର ବିକାଶ କାହାଣୀକୁ ଆଗକୁ ନେବ । ଜିଏସ୍ଟି ସଂଶୋଧନ ବ୍ୟବସାୟକୁ ବଢାଇବ । ଲୋକଙ୍କୁ ମିଳିବ ସଞ୍ଚୟ ଉତ୍ସବର ଲାଭ । ଏଥିସହିତ ନରେନ୍ଦ୍ର ମୋଦୀ ନବରାତ୍ରି ଆରମ୍ଭ ଘୋଷଣା କରିଥିଲେ ଏବଂ ଦେଶବାସୀଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ସେ କହିଥିଲେ ଯେ ସେପ୍ଟେମ୍ବର୨୨ ତାରିଖ ହେଉଛି ନବରାତ୍ରିର ପ୍ରଥମ ଦିନ, ଏବଂ ନୂତନ ପରବର୍ତ୍ତୀ ପିଢ଼ିର GST ସେହି ଦିନ କାର୍ଯ୍ୟକାରୀ ହେବ । ଏହି ଅବସରକୁ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କେବଳ ଉତ୍ସବ ପାଳନର ସମୟ ନୁହେଁ, ବରଂ ଅର୍ଥନୈତିକ ବିକାଶ ଏବଂ ଟିକସ ସଂସ୍କାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ।