ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାରେ ଏପରି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୦୮/୧୨: ସଂସଦ ଶୀତ ଅଧିବେଶନର ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିବସ। ‘ବନ୍ଦେ ମାତରମ୍’ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାରେ ବିଶେଷ ଆଲୋଚନା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା ଆରମ୍ଭ କରିଛନ୍ତି । ବନ୍ଦେ ମାତରମ୍’ର ଗୁରୁତ୍ବ ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହା ଏକ ଐତିହାସିକ ମୂହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସ୍ବାଧୀନତା ସଂଗ୍ରାମରେ ଏହି ଗୀତ କୋଟିକୋଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଅଗ୍ନି ଜଳାଇଥିଲା । ଏହାକୁ ଭାରତର ଜାତୀୟ ସଙ୍ଗୀତ ଭାବେ ଗ୍ରହଣ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ପରେ ବିଭିନ୍ନ ଦଳର ସାଂସଦମାନେ ମତ ରଖିବେ। ରାଜ୍ୟସଭାରେ ମଧ୍ୟ ଏହି ବିଷୟରେ ବିଶେଷ ଆଲୋଚନା ହେବ। ଉଭୟ ଗୃହରେ ଆଲୋଚନା ଶେଷରେ ଏକ ପ୍ରସ୍ତାବ ଗ୍ରହଣ କରାଯିବ। ସେପେଟ ଗୌରବ ଗୋଗୋଇ କହିଛନ୍ତି, “ମୋଦୀଙ୍କ ଲକ୍ଷ୍ୟ ଥିଲା ଏହାକୁ ରାଜନୈତିକ ମୋଡ଼ ଦେବା। ମୋ ପାଖରେ ଏକ ସାରଣୀ ଅଛି ଯେ ମୋଦୀ ଯେତେବେଳେ କୌଣସି ବିଷୟରେ କଥା ହୁଅନ୍ତି ସେତେବେଳେ କେତେଥର ପଣ୍ଡିତ ନେହେରୁ ଏବଂ କଂଗ୍ରେସ ବିଷୟରେ ଉଲ୍ଲେଖ କରନ୍ତି। ଅପରେସନ ସିନ୍ଦୁରରେ ପଣ୍ଡିତ ନେହେରୁଙ୍କ ନାମ ୧୪ ଥର ଉଲ୍ଲେଖ କରାଯାଇଥିଲା ।