୭୫ ତମ ଜନ୍ମଦିନ ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ୧୭/୦୯: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଜନ୍ମଦିନ । ୭୫ ତମ ଜନ୍ମଦିନ ପାଳନ କରିବେ ପ୍ରଧାନମନ୍ତ୍ରୀ । ୧୯୫୦ ମସିହା ସେପ୍ଚେମ୍ୱର ୧୭ ତାରିଖରେ ଗୁଜୁରାଟର ବଡୋଦରାରେ ଏକ ସାଧାରଣ ପରିବାରରେ ଜନ୍ମିତ ମୋଦୀଙ୍କ ଜନ୍ମ ଦିନକୁ ସେବା ପକ୍ଷ ଭାବେ ପାଳନ କରିବ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର । ଏହି ଅବସରରେ ୧୫ ଦିନ କାଳ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ପିଏମ ମିତ୍ର ପାର୍କର ଭୂମିପୂଜନ କରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ସୁସ୍ଥନାରୀ ଓ ସଶକ୍ତ ପରିବାର ଯୋଜନାର ଶୁଭାରମ୍ଭ କରିବେ । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ପାଇଁ ବିଜେପି ଶିବିରରେ ଉତ୍ସାହ  ।

ଆଜି ଗୋଟିଏ ଦିନରେ ସାରା ରାଜ୍ୟରେ ୭୫ ଲକ୍ଷ ଗଛ ଲାଗିବ । ୪୫ ହଜାର ସ୍ଥାନରେ ଗଛ ଲଗାଇବ ଜଙ୍ଗଲ ବିଭାଗ । ୩୦ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେବେ ମନ୍ତ୍ରୀ ଓ ଜିଲ୍ଲାପାଳ । ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ଓ ଅଙ୍ଗନୱାଡି କର୍ମୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ମୋଦୀଙ୍କ ଜନ୍ମଦିନରେ ରାଜ୍ୟ ସରକାର ଆବାସ ଦିବସ ବି ପାଳିବେ । ସୁଭଦ୍ରା ଯୋଜନାର ଜନ୍ମତିଥି ପାଳନ କରିବେ ସରକାର । ଏଣୁ ୩୩୮ ସିଡିପିଓଙ୍କ କାର୍ଯ୍ୟାଳୟରେ ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମ ଆୟୋଜନ ହେବ ।