ନୂଆଦିଲ୍ଲୀ, ୪/୧୦: ଆସନ୍ତା ମାସରେ ବିହାର ବିଧାନସଭା ନିର୍ବାଚନ ଅଛି । ଏହାରି ମଧ୍ୟରେ ବିହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଘୋଷଣା । କର୍ମନିଯୁକ୍ତି ପାଇ ନଥିବା ଯୁବକ ଏଣିକି ମାସକୁ ୧ ହଜାର ଟଙ୍କା ପାଇବେ । ନୂଆ ଛାତ୍ର କ୍ରେଡିଟ୍ କାର୍ଡ ଯୋଜନା ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ଏହି ଦୁଇ ଯୋଜନାର ଶୁଭାରମ୍ଭ କରିଛନ୍ତି । ବିହାରର ସ୍ନାତକ ପାସ୍ କରି ବେକାର ଥିବା ୫ ଲକ୍ଷ ଯୁବକ ଏହାଦ୍ୱାରା ଉପକୃତ ହେବେ। ସେମାନଙ୍କୁ ମାଗଣା କୌଶଳ ତାଲିମ ମଧ୍ୟ ଦିଆଯିବ। ସେହିପରି ଆଜି ନୂଆ ଛାତ୍ର କ୍ରେଡିଟ୍ କାର୍ଡ ଯୋଜନା ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାଦ୍ୱାରା ବିହାରର ସ୍ନାତକ ଛାତ୍ରମାନେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁଧମୁକ୍ତ ଋଣ ପାଇବେ । ଏହି ଯୋଜନାରେ ୩ ଲକ୍ଷ ୯୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ପୂର୍ବରୁ ଉପକୃତ ହୋଇସାରିଛନ୍ତି । ମୋଟ ୭ ହଜାର ୮୮୦ କୋଟିରୁ ଅଧିକ ଟଙ୍କା ଋଣ ଦିଆଯାଇଛି ।