ବିମାନ ଭିତରେ ହଙ୍ଗାମା କଲେ କଡ଼ା କାର୍ଯ୍ୟାନୁଷ୍ଠାନ, ୩୦ ଦିନ ଉଡାଣ ନିଷେଧ

ଭୁବନେଶ୍ୱର,୧୯/୦୨: ବିମାନ ଭିତରେ ହଙ୍ଗାମା କଲେ ଦଣ୍ଡ ମିଳିବ । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ଡିଜିସିଏ ପକ୍ଷରୁ ନୂଆ ନିୟମ କରାଯାଇଛି । ଏଭଳି ଯାତ୍ରୀଙ୍କୁ ୩୦ ଦିନ ପର୍ଯ୍ୟନ୍ତ କୌଣସି ବିମାନରେ ଉଡାଣ ପାଇଁ ମିଳିବନି ଅନୁମତି । ଯାତ୍ରୀଙ୍କ ସୁରକ୍ଷା ପାଇଁ ଡିଜିସିଏ ପକ୍ଷରୁ ଏଭଳି ନିୟମ କରାଯାଇଛି । ଏଥିପାଇଁ ଜିରୋ ଟଲୋରେନ୍ସ ପଲିସି ଲାଗୁ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ବିମାନ ଭିତରେ ମଦ ପିଇଲେ, ଧୁମ୍ରପାନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି । ନୂଆ ପ୍ରସ୍ତାବ ଅନୁସାରେ ର୍ଦୁବ୍ୟବହାର ବା ହଙ୍ଗାମା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ମାନିବାକୁ ପଡିବ ।

Leave a Reply

Your email address will not be published. Required fields are marked *