ନୂଆଦିଲ୍ଲୀ, ୧୪/୦୭: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିବା ପରେ ଡିଜିସିଏର ବଡ଼ ନିଷ୍ପତ୍ତି । ଡିଜିସିଏ ସବୁ ପଞ୍ଜୀକୃତ ଭାରତୀୟ ବିମାନର ଇଞ୍ଜିନ୍ ଫୁଏଲ୍ ସ୍ୱିଚକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି । ଜୁଲାଇ ୨୧ ତାରିଖ ଭିତରେ ଏହି ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହାସହ ଡିଜିସିଏ ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, କିଛି ଅନ୍ତରାଷ୍ଟ୍ରୀୟ ଏବଂ ଘରୋଇ ଅପରେଟର୍ ଏସଏଆଇବି ମୁତାବକ ନିଜ ନିଜ ବିମାନର ନୀରିକ୍ଷଣ ଆରମ୍ଭ କରିଦେଇଛନ୍ତି । ଏହାସହ ବାକି ଏୟାରଲାଇନ୍ସମାନେ ମଧ୍ୟ ଜୁଲାଇ ୨୧ ତାରିଖ ଭିତରେ ନିଜ ବିମାନର ଯାଞ୍ଚ କରାଇ ନିଅନ୍ତୁ । ସୂଚନାଯୋଗ୍ୟ ଯେ, ଅନେକ ଏୟାରଲାଇନ୍ସ କମ୍ପାନି ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ଆସିବା ପରେ ନିଜ ନିଜ ବିମାନର ଯାଞ୍ଚ କରିବା ଆରମ୍ଭ କରିଦେଇଛନ୍ତି । ଖାସ୍ କରି ବୋଇଙ୍ଗ୍ ୭୮୭ର ଫୁଏଲ୍ ସ୍ୱିଚ୍ ଲକିଙ୍ଗ୍ ସିଷ୍ଟମକୁ ଯାଞ୍ଚ କରାଯାଉଛି ।