ନୂଆଦିଲ୍ଲୀ,୨୮/୦୨: ବୋଲଭିଆରେ ଘଟିଥିବା ବିମାନ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ ହୋଇଛନ୍ତି । ଏହାସହ ଉଦ୍ଧାର କାର୍ଯ୍ୟ ଜାରି ହୋଇଛି । ଲାପାଜ୍ ନିକଟରେ ବିମାନ ଦୁର୍ଘଟଣା ହୋଇଥିବା ଜଣାପଡିଛି । ନୂଆ ପ୍ରିଣ୍ଟ ହୋଇଥିବା ଟଙ୍କା ନେଇ ଯାଉଥିବା ବିମାନ ଦୁର୍ଘଟଣା ହୋଇଥିବା ଜଣାପଡିଛି । ପାଗ ଖରାପ ଥିବାରୁ ବିମାନ ଉଡାଣରେ ସମସ୍ୟା ଦେଖା ଦେଇଥିଲା। ଫଳରେ ଗୋଟିଏ ରାସ୍ତା ଉପରେ ଖସିପଡିଥିଲା ବିମାନ । ଦୁର୍ଘଟଣାରେ ରାସ୍ତାରେ ଯାଉଥିବା କାର୍ ମଧ୍ୟ ନଷ୍ଟ ହୋଇଯାଇଛି। ଦୁର୍ଘଟଣାରେ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ କିଛି ସମୟ ପାଇଁ ବନ୍ଦ କରାଯାଇଛି । ସୂଚନା ଅନୁସାରେ, ବିମାନ ଉଡାଣ ସମୟରେ ପାଗ ଖରାପ ଥିବାରୁ ପାଇଲଟ୍ଙ୍କୁ ନିୟନ୍ତ୍ରଣ ରଖିବାରେ ସମସ୍ୟା ହୋଇଥିଲା। ଫଳରେ ବିମାନଟି ହଠାତ୍ ଏକ ବ୍ୟସ୍ତ ରାସ୍ତା ଉପରେ ଖସିପଡିଥିଲା। ଦୁର୍ଘଟଣା ସମୟରେ ରାସ୍ତାରେ ଯାଉଥିବା କିଛି ଗାଡ଼ି ମଧ୍ୟ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବିଭାଗ ଓ ଆପାତକାଳୀନ ଉଦ୍ଧାର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି। ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।