ଭୁବନେଶ୍ୱର, ୧୦/୧୦: ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୭ ଜଣ ଅଟକ ଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଯବାନ ଥିବା କୁହାଯାଉଛି । ଜଣେ ସିଆଇଏସଅଫ ଯବାନ ଓ ଜଣେ ଅଷ୍ଟମ ବାଟାଲିୟନର ଯବାନଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ଏହାସହ ପୋଲିସ ହାତରେ ଲାଗିଛି ୨ଟି ଦାମୀ କାର । ୪ ଦିନ ତଳେ ଘରକୁ ଫେରୁଥିବା ବେଳେ ପଏଣ୍ଟ୍ ବ୍ଲାଙ୍କରେ ଗୁଳି କରି ଚମ୍ପଟ ମାରିଥିଲେ ୨ ଜଣ ଦୁର୍ବୃତ୍ତ ।
ବିଜେପି ନେତା ପୀତବାସ ପଣ୍ଡାଙ୍କୁ ସୋମବାର ଗୁଳିକରି ହତ୍ୟା କରାଯାଇଥିଲା। ରାତି ପ୍ରାୟ ୧୦ଟାରେ ନିଜ ଘର ପାଖ ବୈକୁଣ୍ଠନଗର ମୁଖ୍ୟ ଗଳିରେ ଠିଆ ହୋଇଥିଲେ ପୀତବାସ। ଏହି ସମୟରେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଚମ୍ପଟ୍ ମାରିଥିଲେ। ସେଇଠି ହିଁ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ ପୀତବାସ। ବ୍ରହ୍ମପୁର ଏମକେସିଜିରେ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
ବ୍ୟବଚ୍ଛେଦ ବେଳେ ୯ ଏମଏମ୍ ଗୁଳି ପୀତବାସଙ୍କ ମେରୁଦଣ୍ଡ ନିକଟରୁ ବାହାରିଥିଲା