ଭୁବନେଶ୍ୱର,୦୫/୦୬: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ବାହା ହେଲେ ପୁରୀର ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ର । ଉଭୟ ନେତା ଜର୍ମାନୀରେ ବାହା ହେବା ନେଇ ଖବର ମିଳିଛି । ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି ।ତେବେ ଦୁଇଥର ତୃଣମୂଳ କଂଗ୍ରେସ ସାଂସଦ ଥିବା ମହୁଆ ମୋଇତ୍ରା ମେ ୩ ତାରିଖରେ ପିନାକୀଙ୍କୁ ବାହା ହେଇଥିବା ନେଇ ସୂଚନା ମିଳୁଛି । ତେବେ ଏନେଇ ବିଧିବଦ୍ଧ ଭାବେ କିନ୍ତୁ କୌଣସି ଘୋଷଣା କରାଯାଇନି । ମହୁଆ ମୋଇତ୍ରା ଏହା ପୂର୍ବରୁ ଦାନିଶଙ୍କୁ ବିବାହ କରିଥିଲେ । ହେଲେ ତାଙ୍କ ସହ କିନ୍ତୁ ମହୁଆଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ୩ ବର୍ଷ ଧରି ସେ ଓକିଲ ଅନନ୍ତ ଦେହାଦରାଇଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ । ଆଉ ଏବେ ସେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ବିବାହ କରିଥିବା ନେଇ ସୂଚନା ରହିଛି ।