ଫୋନ୍ ପେ, ଗୁଗୁଲ୍ ପେ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଢ଼ିଲା ଟ୍ରାଞ୍ଜାକ୍ସନ ଲିମିଟ୍

ନୂଆଦିଲ୍ଲୀ, ୦୪/୦୯: ଆପଣ ଯଦି  ଫୋନ୍ ପେ, ଗୁଗୁଲ୍ ପେ ବ୍ୟବହାର କରୁଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । ଏଣିକି ଆଉ ଅନଲାଇନରେ ଟ୍ରାଞ୍ଜାକ୍ସନ ଲିମିଟ୍ ନେଇ ଆପଣ ଅସୁବିଧାରେ ପଡ଼ିବେନି । କାହିଁକି ନା ପୂର୍ବରୁ ୧ ଲକ୍ଷ ଟଙ୍କା ରଖାଯାଇଥିବା ଟ୍ରାଞ୍ଜାକ୍ସନ ଲିମିଟ୍ ବଢାଇ ଦିଆଯାଇଛି । ଏନପିସିଆଇ ଏବେ ଟ୍ୟାକ୍ସ, ବୀମା ପ୍ରିମିୟମ୍, ଲୋନ୍ ଇଏମଆଇ ଏବଂ ସେୟାର ବଜାରରେ ଇନଭେଷ୍ଟ ପାଇଁ ଟ୍ରାଞ୍ଜାକ୍ସନ ଲିମିଟକୁ ବଢାଇ ଦେଇଛି । ଏଣିକି ୟୁଜର୍ସମାନେ ୨୪ ଘଣ୍ଟା ଭିତରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ ।ଚଳିତ ବର୍ଷ ସେପ୍ଟେମ୍ବର ୧୫ ତାରିଖ ଟ୍ୟାକ୍ସ ଭରିବାର ଶେଷ ଦିନ ରହିଛି । ତେଣୁ ଏହି କାରଣରୁ ଏନପିସିଆଇ ଟ୍ୟାକ୍ସ ସମ୍ପର୍କିତ ଏହି ୟୁପିଆଇ ଟ୍ରାଞ୍ଜାକ୍ସନ୍ ନିୟମରେ ବଡ଼ ପରିବର୍ତ୍ତନ ଆଣିଛି । ଏଣିକି ଲୋକମାନେ ଗୋଟିଏ ଥରରେ ୫ ଲକ୍ଷ ଟଙ୍କା ଏବଂ ୨୪ ଘଣ୍ଟା ଭିତରେ ୧୦ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରିପାରିବେ । ଯାହାର ଫାଇଦା ଲୋକଙ୍କୁ ମିଳିବ । ତେବେ ଏହି ପରିବର୍ତ୍ତନ କେବଳ ପର୍ସନଟୁ ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ ପାଇଁ ଲାଗୁ ହେବ।