ଭୁବନେଶ୍ୱର,୧୬/୦୭: ଆସନ୍ତାକାଲି ରାଜ୍ୟରେ ବନ୍ଦ ରହିବ ସବୁ ପେଟ୍ରୋଲ ପମ୍ପ । ସକାଳ ୬ଟାରୁ ସଂଧ୍ୟା ୪ଟା ଯାଏଁ ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଏନେଇ ପେଟ୍ରୋଲ ଡିଲର ସଂଘ ନିଷ୍ପତ୍ତି ନେଇଛି । ରାଜ୍ୟରେ ଥିବା ୩ ଡିପୋ ସହ ୩ହଜାରରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିବ । ବ୍ୟବସାୟରେ ୧୦୦ କୋଟିରୁ ଅଧିକ କ୍ଷତି ହେବ । ଏନେଇ ସୂଚନା ଦେଇଛନ୍ତି ପେଟ୍ରୋଲ ଡିଲର ସଂଘ ରାଜ୍ୟ ସଭାପତି । ତେବେ ଆସନ୍ତା କାଲି ସୁରକ୍ଷାକୁ ଦୃଷ୍ଟିରେ ରଖି ସଂଧ୍ୟା ୪ଟା ପରେ ପେଟ୍ରୋଲ ପମ୍ପ ଖୋଲିବ । ସରକାର ସୁରକ୍ଷା ଦେବା ପରେ ପେଟ୍ରୋଲ ପମ୍ପ ଖୋଲିବ । ସୂଚନାଯୋଗ୍ୟ ଯେ ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ।