ଭୁବନେଶ୍ୱର,୧୧/୦୨: ଭିଜିଲାନ୍ସ ଜାଲରେ ଅନୁଗୁଳ ହସ୍ପିଟାଲର କୋଟିପତି କିରାଣୀ ସୁବ୍ରତ ବେହେରା । ତାଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଢେଙ୍କାନାଳ ଜିଲ୍ଲା ବାଉଁଶ ପୋଖରୀ ଠାରେ ଥିବା ନିଜ ଘର,ବଅଁରପାଳ ଶଶୁରଘର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସୁସୁଡ଼ାସ୍ଥିତ ବାସଭବନରେ ଚାଲିଛି ଚଢ଼ାଉ। ତିନୋଟି ଭିଜିଲାନ୍ସ ଟିମ ଚଳାଇଛନ୍ତି ରେଡ। ୩୦ ଜଣ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି। ଗତକାଲି ଭିଜିଲାନ୍ସ ଟିମ୍ ସୁବ୍ରତଙ୍କୁ ମାରାଥନ ଜେରା ପରେ ଛାଡିଥିଲା। ନିଜ ଦରମା ବଢ଼ାଇ ସୁବ୍ରତ ରାଜକୋଷରୁ ପ୍ରାୟ ଅଢ଼େଇ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ରହିଛି। ସେହିପରି ବହୁ ଡାକ୍ତରଙ୍କୁ ବି ଚୁନା ଲଗାଇଥିଲା ହସ୍ପିଟାଲର ଆକାଉଣ୍ଟାଣ୍ଟ ଦାୟିତ୍ୱରେ ଥିବା କିରାଣୀ ସୁବ୍ରତ ବେହେରା । ତେବେ ହସ୍ପିଟାଲ ପକ୍ଷରୁ ମାମଲା ରୁଜୁ ହେବାପରେ ଫେରାର ହୋଇଯାଇଥିଲେ ସୁବ୍ରତ। ଏହାପରେ ଭିଜିଲାନ୍ସରେ ମାମଲା ଦାଖଲ କରିଥିଲା ସ୍ଵାସ୍ଥ୍ୟ ବିଭାଗ। ଦୀର୍ଘ ସାଢ଼େ ୩ ମାସ ପରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛି ସୁବ୍ରତ ।