ନୂଆଦିଲ୍ଲୀ,୧୧/୧୦: ଭୋଜପୁରୀ ସୁପରଷ୍ଟାର ପବନ ସିଂହ ବିହାର ବିଧାନସଭା ନିର୍ବାଚନ ଲଢ଼ିବା ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଏକ ଏକ୍ସ-ପୋଷ୍ଟରେ ପବନ ସିଂହ ଲେଖିଛନ୍ତି, “ମୁଁ, ପବନ ସିଂହ, ମୋର ଭୋଜପୁରୀ ସମ୍ପ୍ରଦାୟକୁ କହିବାକୁ ଚାହୁଁଛି ଯେ, ମୁଁ ବିହାର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ କୌଣସି ଦଳରେ ଯୋଗ ଦେଇନାହିଁ, କିମ୍ବା ମୁଁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁନାହିଁ। ମୁଁ ଦଳର ଜଣେ ପ୍ରକୃତ ସୈନିକ ଅଟେ ଏବଂ ରହିବି। ବରିଷ୍ଠ ବିଜେପି ନେତାଙ୍କ ସହ ତାଙ୍କର ସାକ୍ଷାତ ପରେ, ପବନ ସିଂହ ଏଥର ନିର୍ବାଚନ ଲଢ଼ିପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହୋଇଥିଲା। ଅନ୍ୟପକ୍ଷରେ, ପତ୍ନୀ ଜ୍ୟୋତି ସିଂହଙ୍କ ସହିତ ପବନ ସିଂହଙ୍କ ଚାଲିଥିବା ବିବାଦ ଆହୁରି ଗଭୀର ହେବାରେ ଲାଗିଛି। ସେମାନଙ୍କର ବ୍ୟକ୍ତିଗତ ବିବାଦ କିଛି ମାସ ହେଲାଣି ଚର୍ଚ୍ଚାରେ ରହିଛି। ପତ୍ନୀ ଜ୍ୟୋତି, ଏବେ ପବନଙ୍କ ଉପରେ ଅନେକ ଗମ୍ଭୀର ଆରୋପ ଲଗାଇଛନ୍ତି। ପବନ ତାଙ୍କର ଗର୍ଭପାତ କରାଇଥିବା ସହ ତାଙ୍କ ସହ କଥା ହେଉନଥିବା ଅଭିଯୋଗ କରିଥିଲେ ଜ୍ୟୋତି। ଏହା ସହ ପବନ ନିର୍ବାଚନ ଲଢ଼ିଲେ ଜ୍ୟୋତି ତାଙ୍କ ବିପକ୍ଷରେ ଲଢ଼ିବେ ବୋଲି କହିଥିଲେ ଜ୍ୟୋତି।