ପାର୍ଟ ପ୍ଲଟ ବିକ୍ରି ପାଇଁ ହଟିଲା କଟକଣା, ପ୍ରସ୍ତୁତ କରିବାକୁ ପଡ଼ିବ ଲେଆଉଟ

ଭୁବନେଶ୍ୱର,୧୧/୦୬: ପାର୍ଟ ପ୍ଲଟ ବିକ୍ରି ପାଇଁ କଟକଣା ହଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ ପାର୍ଟ ପ୍ଲଟ୍ ବିକ୍ରି ସଂପୂର୍ଣ୍ଣ ବାଟ ବନ୍ଦ ଥିଲା । ଝିଅ ବାହାଘର, ଉଚ୍ଚ ଶିକ୍ଷା ପାଇଁ ଯାହାର ଜମି ବିକିବା ଛଡା ଅନ୍ୟ କିଛି ବାଟ ନଥିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ୍ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଛି । ପ୍ଲଟିଂ କରି ବିକୁଥିଲେ ଲେଆଉଟ ପ୍ରସ୍ତୁତ କରିବାକୁ ପଡ଼ିବ । ୯ ମିଟର ରାସ୍ତା ଛାଡ଼ି ବିକିବାକୁ ହେବ । ଡ୍ରେନ, ପାର୍କିଂ, ଖାଲି ସ୍ଥାନ ପାଇଁ ଅନୁସାଙ୍ଗିକ ବ୍ୟବସ୍ଥା ରଖିଲେ ଲେଆଉଟ କରି ବିଡିଏ କିମ୍ବା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ । ଦୀର୍ଘ ଦିନ ଧରି ପାର୍ଟ ପ୍ଲଟ ବନ୍ଦ ଥିବାରୁ ସରକାର କ୍ଷତି ସହୁଥିଲେ ।

Leave a Reply

Your email address will not be published. Required fields are marked *