ଜୁଲାଇ ୨୧ ତାରିଖରୁ ଆରମ୍ଭ ହେବ ସଂସଦରେ ମୌସୁମୀ ଅଧିବେଶନ

ଭୁବନେଶ୍ୱର,୦୪/୦୬: ଜୁଲାଇ ୨୧ ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏନେଇ ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଏହି ଅଧିବେଶନ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କ୍ରମରେ ଉଭୟ ରାଜ୍ୟସଭା ଓ ଲୋକସଭାରେ ଅଧିବେଶନ ଚାଲିବ । ଏଥିରେ ବିଧେୟକ ଓ ଅଣବିଧେୟକ କାର୍ଯ୍ୟ ଉପରେ ଆଲୋଚନା ହେବ । କିରଣ ରିଜିଜୁ କହିଛନ୍ତି କି, ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବା ସହ ଏହା ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଚାଲିଛି । ସଂସଦକୁ ଶୃଙ୍ଖଳିତ ଭାବେ ଚଳାଇବାକୁ ସଂସଦୀୟ ମନ୍ତ୍ରୀ ବିରୋଧୀଦଳମାନଙ୍କ ସହଯୋଗ ଲୋଡିଛନ୍ତି ।

Leave a Reply

Your email address will not be published. Required fields are marked *