ଭୁବନେଶ୍ୱର, ୨୫/୦୧: ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର । ସମୟ ଆସିଲେ ପଞ୍ଚାୟତ ନିର୍ବାଚନ ନେଇ ନିଷ୍ପତ୍ତି ହେବ । ପଞ୍ଚୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସବଡିଭିଜନ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ୧୦ ଦିନ ଭିତରେ ଜିଲ୍ଲପାଳଙ୍କ ସହ ବୈଠକ ହୋଇଛି । ବୁଥ୍, ବାଲାଟ ବକ୍ସ ସହ ଯାହା ଆବଶ୍ୟକ କାମ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଯେଉଁ ସ୍ତରରେ କାମ ହେବା କଥା ହେବ। ପାଞ୍ଚୟତ ନିର୍ବାଚନକୁ ଅଳ୍ପ ସମୟ ଥିବାରୁ ଉପନିର୍ବାଚନ ପାଇଁ ନିଷ୍ପତ୍ତି ହୋଇନାହିଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ସୂଚନା ଦେଇଛନ୍ତି।