ନୂଆଦିଲ୍ଲୀ, ୧୮/୦୫: କାଳବୈଶାଖୀ ପ୍ରଭାବରେ ହେଉଥିବା ବଜ୍ରପାତରେ ବହୁ ଲୋକଙ୍କ ଜୀବନ ଯାଉଛି। ଦିନକ ତଳେ ଗତ ଶୁକ୍ରବାର କେବଳ ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯାଇଥିଲା ୧୩ ଜଣଙ୍କର ଜୀବନ। ତେଣୁ ବିଜୁଳି, ଘଡଘଡ଼ିର ପ୍ରକୋପ ହ୍ରାସ କରିବା ପାଇଁ ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବ୍ୟାପକ ତାଳ ଗଛ ଲଗାଇବା ପାଇଁ ପାଇଁ ନିଷ୍ପତ୍ତି ହୋଇଥିଲା। ଚଳିତ ବର୍ଷ ମଧ୍ୟ ପ୍ରାୟ ୨୫ ଲକ୍ଷ ତାଳ ଗଛ ଲଗାଇବାକୁ ଯୋଜନା କରିଛି ଜଙ୍ଗଲ ବିଭାଗ। ସେପଟେ ପାଣିବାଗ ବିଜ୍ଞାନୀ କହିଛନ୍ତି, ଅତ୍ୟାଧୁନିକ ଡପଲାର୍ ରାଡାର୍ ଲଗାଇ ବଜ୍ରପାତ ସଂପର୍କିତ ଆଗୁଆ ସୂଚନା ସଠିକ୍ ଭାବେ ଲୋକଙ୍କୁ ଦିଆଯାଇପାରିଲେ ମୃତାହତ ସଂଖ୍ୟା କମାଯାଇପାରିବ।