ନୂଆଦିଲ୍ଲୀ,୨୨/୦୨: ଆଫଗାନିସ୍ତାନ ଉପରେ ପାକିସ୍ତାନ ଆକ୍ରମଣ କରିଛି। ମଦ୍ରାସା ସମେତ ଆଫଗାନିସ୍ତାନର ୭ଟି ସ୍ଥାନରେ ମିଜାଇଲ୍ ମାଡ଼ କରିଛି ପାକିସ୍ତାନ । ଆଫଗାନିସ୍ତାନ ବାୟୁ ସୀମା ଭିତରେ ପଶି ଫାଇଟର ଜେଟ୍ ଏଫ୍-୧୬ ସହାୟତାରେ ମିଜାଇଲ୍ ମାଡ଼ କରିଛି ପାକିସ୍ତାନ । ଏଥିରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମର ପ୍ରକାଶିତ ରିପୋର୍ଟ ଅନୁଯାୟୀ ସୀମାନ୍ତ ଅଞ୍ଚଳରେ ୭ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିବା ପାକିସ୍ତାନର ସୂଚନା ମନ୍ତ୍ରାଳୟ ସୋସିଆଲ ମିଡିଆରେ ସୂଚନା ଦେଇଛି ।