ନୂଆଦିଲ୍ଲୀ,୧୭/୦୩: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ପରିସ୍ଥିତି ବିଗିଡିବାରେ ଲାଗିଛି । ଗତ କିଛି ଦିନ ଧରି ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରିଆସୁଛନ୍ତି । ଆଫଗାନିସ୍ତାନ ଅଭିଯୋଗ କରିଛି, ସୋମବାର-ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନ କାବୁଲର ଏକ ହସ୍ପିଟାଲ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛି । ତାଲିବାନ ଦାବି କରିଛି ଯେ ଏହି ଆକ୍ରମଣରେ ୪୦୦ ଜଣ ଲୋକଙ୍କ ଜୀବନ ଯାଇଛି । କାବୁଲରେ ଏକ ନିଶା ପୁନର୍ବାସ କେନ୍ଦ୍ର ଉପରେ ପାକିସ୍ତାନୀ ସେନାର ବୋମାମାଡ଼ ପରେ ଇସଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନର ଉପ ମୁଖପାତ୍ର କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ୪୦୦କୁ ବୃଦ୍ଧି ପାଇଛି ଏବଂ ଆହତଙ୍କ ସଂଖ୍ୟା ୨୫୦ରେ ପହଞ୍ଚିଛି ।