ଭୁବନେଶ୍ୱର,୦୪/୦୬: ଅପରେସନ ସିନ୍ଦୂରରେ ପାକିସ୍ତାନର ବଡ଼ କ୍ଷତି ହୋଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ୪ ଦିନର ସଂଘର୍ଷରେ ପାକିସ୍ତାନର ବହୁତ କ୍ଷତି ଘଟାଇଛି ଭାରତୀୟ ବାୟୁ ସେନା । ଭାରତୀୟ ବାୟୁସେନାର ଯବାନ ପାକିସ୍ତାନର ୬ଟି ଯୁଦ୍ଧ ବିମାନ ଖସାଇଛନ୍ତି । ଏହା ସହ ୨ଟି ଆୱାକସ୍, ଗୋଟିଏ ସି-୧୩୦ ପରିବହନ ବିମାନ, ୩୦ରୁ ଅଧିକ ମିସାଇଲ୍ ନଷ୍ଟ କରିଛନ୍ତି । ଭାରତୀୟ ବାୟୁସେନାର ଏୟାର ଡିଫେନ୍ସ ସିଷ୍ଟମ୍ ଓ କ୍ରୁଜ୍ ମିସାଇଲ୍ ଦ୍ବାରା ପାକିସ୍ତାନର ବଡ଼ କ୍ଷତି ହୋଇଛି । ଜମ୍ମୁକାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ଏହି ଅପରେସନ୍ ସିନ୍ଦୂର ଜରିଆରେ ଭାରତ, ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା । ଶହେରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ଯବାନ ।