ଯୁଦ୍ଧ ଭଳି ସ୍ଥିତି ପାଇଁ ଆଗୁଆ ପ୍ରସ୍ତୁତି ଚଳାଇଛି ପାକିସ୍ତାନ

ନୂଆଦିଲ୍ଲୀ,୨/୦୫: ଭାରତର ଆକ୍ରମଣ ଭୟ ଓ ଯୁଦ୍ଧ ପାଇଁ ପାକିସ୍ତାନର ପ୍ରସ୍ତୁତି। ୨ମାସ ପର୍ଯ୍ୟନ୍ତ ପାକିସ୍ତାନ କାଶ୍ମୀର ଅଧିକାରୀ ଏଲଓସି ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ଖାଦ୍ୟ, ଔଷଧ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକ ସରକାର। ଭାରତ ସୀମାବର୍ତ୍ତି ଅଞ୍ଚଳରେ ଥିବା ୧୩ ଜିଲ୍ଲା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିସହ ୩ ଦଶମିକ ୫ ମିଲିୟଲ ଡଲାର ଅର୍ଥାତ ୩୦ କୋଟି ଟଙ୍କାର ଏକ ଜରୁରୀକାଳୀନ ପାଣ୍ଠି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି  ।ଏଥିସହ ଭାରତ ସୀମାକୁ ସଂଯୋଗ ସବୁ ରାସ୍ତା ମରାମତି କରିବାକୁ କୁହାଯାଇଛି । ଏହି ପାଣ୍ଠିରେ ଖାଦ୍ୟ, ମେଡିସିନ୍ ଏବଂ ଅନ୍ୟ ଜୁରୁରୀ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି । ତିନି ସେନାକୁ ପୂର୍ଣ୍ଣ କ୍ଷମତା ପ୍ରଦାନ ପରେ ଭାରତ କୌଣସି ସମୟରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରୁଛି ପାକିସ୍ତାନ । ସେଥିପାଇଁ ଯୁଦ୍ଧ ଭଳି ସ୍ଥିତି ପାଇଁ ଆଗୁଆ ପ୍ରସ୍ତୁତି ଚଳାଇଛି ।