ଆଜି ପଖାଳ ଦିବସ, ଚାଳଘର ଠୁ ଫାଇଭଷ୍ଟାର ହୋଟେଲରେ ସବୁଠି ଜମିବ ଆସର

ଭୁବନେଶ୍ୱର,୨୦/୦୩: ଆଜି ପଖାଳ ଦିବସ । ଚାଳଘରଠୁ ନେଇ ଫାଇଭଷ୍ଟାର ହୋଟେଲର ଡାଇନିଂରେ ଜମିବ ପଖାଳର ଆସର । ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ପଖାଳ ଦିବସରେ ନିଜକୁ ସାମିଲ କରୁଛନ୍ତି । ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍‌ ଜଡ଼ିତ । ମହାପ୍ରଭୁ ଜଗନ୍ନାଥଙ୍କଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ବିଭିନ୍ନ ପଖାଳ ଭୋଗ । ଓଡ଼ିଆଙ୍କ ଜନଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ । ଧନୀ ହେଉ କି ଗରିବ ସମସ୍ତଙ୍କ ପସନ୍ଦ ପଖାଳ । ସହରବାସୀଙ୍କ ମନରେମଧ୍ୟ ପ୍ରବଳ ଉତ୍କଣ୍ଠା ରହିଛି । ଗ୍ରୀଷ୍ମ ଋତୁ ଆରମ୍ଭରୁ ହିଁ ପ୍ରାୟ ସମସ୍ତଙ୍କ ଘରେ ପଖାଳ ପ୍ରସ୍ତୁତି ହେଉଥିଲେ ଆଜି ଦିନରେ ପଖାଳର ସ୍ବତନ୍ତ୍ର ଆୟୋଜନ ହୋଇଥାଏ । କେବଳ ହୋଟେଲ, ରେସ୍ତୋରାଁ ନୁହେଁ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଖାଳ ଦିବସ ପାଳନ ହେବାକୁ ଯାଉଛି । ଗରିବ ଖଟିଖିଆଙ୍କ ଠାରୁ ହାଇ ପ୍ରୋଫାଇଲ୍ ବ୍ୟକ୍ତି । ବିଭିନ୍ନ ବର୍ଗର ଲୋକମାନେ ସାମିଲ ହୋଇ ଦହି ପଖାଳର ମଜା ଉଠାଇଥିଲେ ।

Leave a Reply

Your email address will not be published. Required fields are marked *