ନୂଆଦିଲ୍ଲୀ,୧୮/୦୭: ପହଲଗାମ ଆତଙ୍କୀ ଆକ୍ରମଣ ପଛରେ ଲସ୍କର-ଈ-ତୋଇବା। ଏନେଇ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆକ୍ରମଣ କରିଥିବା ଟିଆରଏଫ ହେଉଛି ଆତଙ୍କୀ ସଙ୍ଗଠନ ଲସ୍କରର ଏକ ଅଂଶ । ଆମେରିକା ଷ୍ଟେଟ ସେକ୍ରେଟାରୀ ଏନେଇ ସୁଚନା ଦେଇଛନ୍ତି। ଟିଆରଏଫକୁ ଏକ ଆତଙ୍କୀ ସଙ୍ଗଠନ ବୋଲି କହିଛି ଆମେରିକା। ସାରା ବିଶ୍ବ ପାଇଁ ଏଭଳି ଆତଙ୍କ ସଙ୍ଗଠନ ପ୍ରସ୍ତୁତ କରାଯାଇଛି । ୨୦୦୮ ମୁମ୍ବାଇ ଆକ୍ରମଣ ପରେ ଲସ୍କର-ଈ-ତୋଇବା ପହଲଗାମରେ ନିରୀହ ଲୋକଙ୍କୁ ଆକ୍ରମଣ କରିଛି। ଲସ୍କରକୁ ଏକ ବୈଦେଶିକ ଆତଙ୍କୀ ଗ୍ରୁପ ବୋଲି କହିଛି ଆମେରିକା । ଭାରତ ସମେତ ସାରା ବିଶ୍ବରେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି। ସେ କହିଛନ୍ତି, ଟିଆରଏଫ ହେଉଛି ଲସ୍କରର ଏକ ସହଯୋଗୀ । ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ନିରୀହ ଲୋକଙ୍କ ଜୀବନ ଯାଇଥିଲା । ଟିଆରଏଫ ଆତଙ୍କୀ ସଙ୍ଗଠନ ଏହି ଆକ୍ରମଣ କରିଥିଲା । ଏବଂ ଏହା ପଛରେ ଲସ୍କରର ହାତ ଥିବା ନେଇ ଭାରତ ଦାବି କରିଥିଲା। ଯାହାକୁ ଆମେରିକା ସ୍ବୀକାର କରିଛି ।