ନୂଆଦିଲ୍ଲୀ,୩/୦୫: ପହଲଗାମ ଆକ୍ରମଣକୁ ନେଇ ଆକ୍ସନ ମୋଡ଼ରେ ଭାରତ । ସିନ୍ଧୁ ଜଳଚୁକ୍ତି ବାତିଲ, ଡିଜିଟାଲ ଷ୍ଟ୍ରାଇକ ପରେ ପାକିସ୍ତାନ ସହ ବ୍ୟବସାୟିକ ସମ୍ପର୍କ ବନ୍ଦ କଲେ କେନ୍ଦ୍ର ସରକାର । ସମସ୍ତ ପ୍ରକାରର ଆମଦାନୀ ଓ ରପ୍ତାନୀ ବନ୍ଦ । ସେପଟେ ସୀମାପାର ଆତଙ୍କବାଦ ବିରୋଧରେ ଏଥର ନିର୍ଣ୍ଣାୟକ ଲଢେଇ ହେବ, ପହଲଗାମର ପ୍ରତିଶୋଧ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ପହଲଗାମ ହମଲା ପରେ ଆକ୍ରମଣାତ୍ମକ ମୁଦ୍ରାରେ ଭାରତ, ଶତ୍ରୁ ରାଷ୍ଟ୍ରକୁ ହାତରେ ନୁହେଁ ଭାତରେ ମାରିବା ପାଇଁ ରଣନୀତିକୁ ପ୍ରମୁଖ ଯୁଦ୍ଧାସ୍ତ୍ର ଭାବେ ଆପଣାଇଛନ୍ତି ମୋଦୀ ସରକାର । ପଡ଼ୋଶୀ ଦେଶ ସହ ସମସ୍ତ ପ୍ରକାରର ଆମଦାନୀ ଓ ରପ୍ତାନୀ ବନ୍ଦ ହୋଇଛି । ଦେଶରେ ଥିବା ବନ୍ଦର ଗୁଡ଼ିକୁ ପାକିସ୍ତାନ ଜାହାଜର ପ୍ରବେଶ ଉପରେ କଟକଣା ଲଗାଯାଇଛି । ପାକିସ୍ତାନ ସହ ଡାକ ଓ ପାର୍ସଲ ଆଦାନ ପ୍ରଦାନ ଉପରେ ଲାଗିଲା ରୋକ୍ । ଏହାପୂର୍ବରୁ ପାକିସ୍ତାନ ଏୟାରସ୍ପେଶକୁ ମଧ୍ୟ ବାରଣ କରିସାରିଛନ୍ତି କେନ୍ଦ୍ର ସରକାର ।