ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ, ଶ୍ରୀନଗର ବିମାନବନ୍ଦରକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ

ଭୁବନେଶ୍ୱର, ୦୭/୦୬: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଗତକାଲି ମଧ୍ୟରାତ୍ରରେ ପାକ୍ ସୀମାରୁ ୧୦୦ କିଲୋମିଟର ଭିତରକୁ ପଶି ଭାରତୀୟ ସେନା ଏୟାର ଷ୍ଟ୍ରାଇକ୍ କରିଛି । ଏହାକୁ ନଜରରେ ରଖି ଭାରତ ତରଫରୁ ସମ୍ବେଦନଶୀଳ ଶ୍ରୀନଗର ବିମାନବନ୍ଦରକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ଏହି କ୍ରମରେ ଇଣ୍ଡିଗୋ ତରଫରୁ କୁହାଯାଇଛି କି, ବଦଳୁଥିବା ପରିସ୍ଥିତି କାରଣରୁ ଶ୍ରୀନଗର, ଜମ୍ମୁ, ଅମୃତସର,ଲେହ, ଚଣ୍ଡିଗଡ ଓ ଧର୍ମଶାଳାକୁ ଯାତାୟାତ କରୁଥିବା ସମସ୍ତ ଉଡାଣ ପ୍ରଭାବିତ ହୋଇଛି ।

ସୂଚନାଯୋଗ୍ୟ ଯେ ଜମ୍ମୁ-କାଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରି ୨୮ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ । ଏହାପରେ ଭାରତର ପ୍ରତିଆକ୍ରମଣ ଉପରେ ଦେଶବାସୀଙ୍କର ନଜର ରହିଥିଲା । ସେନା ମଙ୍ଗଳବାର ମଧ୍ୟରାତ୍ରରେ ଏହାର ପ୍ରତିଶୋଧ ନେଇଛି । ପାକ୍ ଅଧିକୃତ କାଶ୍ମୀରରେ ପଶି ଭାରତୀୟ ସେନା ୯ଟି ସ୍ଥାନରେ ଜୋରଦାର ଆକ୍ରମଣ କରିଛି । ଏଥିରେ ଅନେକ ଆତଙ୍କବାଦୀ କ୍ୟାମ୍ପ ସହ ୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ଭାରତ ବର୍ତ୍ତମାନର ପ୍ରାଥମିକ ସୁଚନା ଆତଙ୍କୀ ଏବେ ସୁଦ୍ଧା ୯୦ ଜଣ ନିପାତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *