ଭୁବନେଶ୍ୱର,୦୫/୦୨: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଅତିରିକ୍ତ କୃଷି ଅଧିକାରୀ (ଏଏଓ) ନିଯୁକ୍ତି ୨୦୨୬ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ନିଯୁକ୍ତି ଜରିଆରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗରେ ଗ୍ରୁପ-ବିର ପାଖାପା୍ଖି ୧୧୮ଟି ପଦବୀ ପୂରଣ କରାଯିବାର ଯୋଜନା ରହିଛି । ଏହି ପଦବୀ ମଧ୍ୟରୁ ୪୦ଟି ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି। ଯାହାକି ମହିଳା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଚାକିରିର ସୁଯୋଗ ପ୍ରଦାନ କରୁଛି । ଆୟୋଗ ପକ୍ଷରୁ ପ୍ରଦାନ କରାଯାଇଥିବାକ ସୂଚନା ଅନୁଯାୟୀ, ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୨୦୨୬ ଜାନୁଆରି ୧୦ ତାରିଖରୁ ଅନଲାଇନରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜାନୁଆରୀ ୩୦ ରହିଛି। । ପ୍ରାର୍ଥୀମାନେ ସରକାରୀ ଓପିଏସସି ୱେବସାଇଟ୍ ପରିଦର୍ଶନ କରି ଆବେଦନ ପ୍ରକ୍ରିୟା ସମାପ୍ତ କରିପାରିବେ।