ନୂଆଦିଲ୍ଲୀ,୦୭/୦୫: ପହଲଗାମ ଆତଙ୍କୀ ହମ୍ଲାର ଜବାବ ଦେଲା ଅପରେସନ ସିନ୍ଦୂର । ଏହା ପରେ ଭାରତୀୟ ସୀମାବର୍ତ୍ତୀ ଲୋକଙ୍କୁ ବଙ୍କର ଭିତରକୁ ଯିବାକୁ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ ଅମିତ ଶାହ। ଭାରତର ଏୟାରଷ୍ଟ୍ରାଇକ୍ ପରେ ପାକ୍ ଛାନିଆ । ହେଲେ ଭୋକ ବିକଳରେ ତାଟିଆ କାମୁଡିବା ପରି ସୀମାରେ ଭାରତ ଆଡକୁ ଗୁଳି ବର୍ଷା କରୁଛି ପାକ୍ ସେନା । ଏଭଳି ସ୍ଥିତିରେ ବଙ୍କର ଭିତରକୁ ପଳାଇଯିବାକୁ ସୀମାବର୍ତ୍ତି ବାସିନ୍ଦାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପାକିସ୍ତାନରେ ଏମରଜେନ୍ସି ଜାରି ହୋଇଛି । ଭାରତର ଆକ୍ରମଣ ପରେ ପାକିସ୍ତାନର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ମେଡିକାଲରେ ମଧ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ରାୱଲପିଣ୍ଡି , ଲାହୋର ବିମାନବନ୍ଦର ବନ୍ଦ ରହିଛି । ସୀମାକୁ ପାକିସ୍ତାନ ସେନା ପଠାଇଥିବା ସୂଚନା ମିଳିଛି । ଏପଟେ ଭାରତ ସୀମାରେ ଥିବା ଯବାନଙ୍କୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାରାମିଲିଟାରୀ ଫୋର୍ସଙ୍କ ଛୁଟି ବାତିଲ ହୋଇଛି । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।