ନୂଆଦିଲ୍ଲୀ,୦୭/୦୫: ପହଲଗାମ ଆତଙ୍କୀ ହମଲା ପରେ ଏବେ ଭାରତୀୟ ସେନା ପାକିସ୍ତାନକୁ ଦେଇଛି କଡା ଜବାବ୍ । ଏପ୍ରିଲ୍ ୨୨ ତାରିଖରେ କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଯାଇଛି ୨୭ ହିନ୍ଦୁଙ୍କ ଜୀବନ । ପହଲଗାମ୍ ଯାଇଥିବା ଭାରତୀୟଙ୍କୁ ଗୁଳି କରି ମାରିଥିଲେ ଟିଆରଏଫର ଆତଙ୍କୀ । ଏହି ଆତଙ୍କବାଦୀ ସଙ୍ଗଠନ ପାକିସ୍ତାନର ପ୍ରଶ୍ରୟ ପାଇଥିବା ଲସ୍କର- ଏ -ତୋଇବାର ଏକ ମୁଖ୍ୟ ଅଙ୍ଗ ଯେଉଁଥିରେ ଉଭୟ ପାକିସ୍ତାନୀ ସେନାର ସମ୍ପୃକ୍ତି ଥିବା କୁହାଯାଉଥିଲା। ଏହାପରେ ସାରା ଦେଶରେ ଆରମ୍ଭ ହୋଇଯାଇଥିଲା ପାକ୍ ବିରୋଧୀ ସ୍ଲୋଗାନ୍ । ଭାରତ ସରକାର ଅନେକ ବିଚାର ବିମର୍ଷ କରିବା ପରେ ମଙ୍ଗଳବାର ରାତିରେ ଆରମ୍ଭ କରିଦେଇଛନ୍ତି ଏୟାରଷ୍ଟ୍ରାଇକ୍ । ପାକିସ୍ତାନ ପାଖାପାଖି ୧୦୦ କିଲୋମିଟର ଭିତରକୁ ପଶି ୯ଟି ଆତଙ୍କବାଦୀ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ପହଲଗାମରେ ନାଁ ଓ ଧର୍ମ ପଚାରି ଟୁରିଷ୍ଟଙ୍କୁ ଗୁଳି କଲେ ଆତଙ୍କୀ । ସେହି ମିନି ସ୍ବିଜରଲ୍ୟାଣ୍ଡରେ ଗଡିଲା ୨୭ ହିନ୍ଦୁଙ୍କ ମୁଣ୍ଡ । ଲିଭିଲା ମା’ ଭଉଣୀଙ୍କ ସିନ୍ଦୂର । ପତ୍ନୀଙ୍କୁ ଛାଡି ସେମାନଙ୍କ ଆଖି ଆଗରେ ଚାଲିଗଲା ସ୍ବାମୀମାନଙ୍କ ଜୀବନ । ଭାରତୀୟ ମା’ର ସିନ୍ଦୂରର ପ୍ରତିଶୋଧ ନେବାକୁ ଏହି ଏୟାରଷ୍ଟ୍ରାଇକ ପାଇଁ ’ ଅପରେସନ୍ ସିନ୍ଦୂର’ ନାଁ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।