ନୂଆଦିଲ୍ଲୀ,୨୭/୧୨: ଅପରେସନ ଆଘାତରେ ୨୮୫ ଜଣ ଗିରଫ ହୋଇଛନ୍ତି । ଏହାସହ ବିପୁଳ ମାରଣାସ୍ତ୍ର ଓ ନିଶାଦ୍ରବ୍ୟ ଜବତ ହୋଇଛି। ନୂଆବର୍ଷ ପାଳନ ପୂର୍ବରୁ ଅପରାଧୀଙ୍କୁ କାଠଗଡ଼ାରେ ଛିଡ଼ା କରିବା ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ବଡ଼ ଅଭିଯାନ । ‘ଅପରେସନ ଆଘାତ’ ଅଧୀନରେ ବିଳମ୍ବିତ ରାତିରେ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ମୋଟ ୨୮୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ପାଇଁ ପୁଲିସ କଠୋର ପଦକ୍ଷେପ ଗ୍ରହଣ କରିଛି । ଚଢ଼ାଉ ସମୟରେ ପୁଲିସ ବହୁ ପରିମାଣର ମାରଣାସ୍ତ୍ର, ବେଆଇନ ବନ୍ଧୁକ, ଗୁଳିଗୋଳା ଏବଂ ନିଶାଦ୍ରବ୍ୟ ଜବତ କରିଛି ।