ନୂଆଦିଲ୍ଲୀ,୦୮/୦୯: ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ଗୁଡ୍ଡାର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସର୍ଚ୍ଚ ଅପରେସନ୍ ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ, ଯାହା ପରେ ଗୁଳି ବିନିମୟ ତୀବ୍ର ହୋଇଥିଲା । ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ବର୍ତ୍ତମାନ ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ଅପରେସନ୍ ଜାରି ରହିଛି । ଆତଙ୍କବାଦୀଙ୍କୁ ଖୋଜିବା ସମୟରେ ସୁରକ୍ଷା ବାହିନୀର ତିନିଜଣ ଯବାନ ଗୁଳିରେ ଆହତ ହୋଇଥିବା କୁହାଯାଉଛି, ସେମାନଙ୍କ ମଧ୍ୟରେ ଜଣେ ସେନା ଅଧିକାରୀ ଅଛନ୍ତି । ଆହତ ହେବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି ।