ଭୁବନେଶ୍ୱର,୨୨/୦୫: ଛତିଶଗଡ଼ ନାରାୟଣପୁର ବିଜାପୁର ଜଙ୍ଗଲରେ ଜାରି ରହିଛି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ । ଯବାନ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟରେ ଆଉ ଜଣେ ଯବାନ ସହିଦ ହୋଇଛନ୍ତି । ଆହତ ଅବସ୍ଥାରେ ନାରାୟଣପୁର ମୁଖ୍ୟ ଚିକିତ୍ସାଳୟରେ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସହିଦ ଯବାନ ଜଣକ ହେଲେ ଖୋଟଲୁ ରାମ କୋରାମ । ଗତକାଲି ବି ଜଣେ ସହିଦ ହୋଇ ଥିଲେ । ଗତକାଲି ଛତିଶଗଡ଼ ଅବୁଝମାଡ ଜଙ୍ଗଲରେ ଏନକାଉଣ୍ଟରରେ ମାଓନେତା ବାସବରାଜୁଙ୍କ ସମେତ ୨୭ ମାଓବାଦୀଙ୍କୁ ନିପାତ କରିଛି ସେନା ।