ଲିଟର ପିଛା ୨ ଟଙ୍କା ବୃଦ୍ଧି ହେଲା ଓମଫେଡ୍ କ୍ଷୀର

ଭୁବନେଶ୍ୱର, ୧/୦୬: ଓମଫେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ନେଇ ଘୋଷଣା ହୋଇଛି। ଫଳରେ ଲିଟର ପିଛା କ୍ଷୀର ଦାମ୍ ୫୨ ଟଙ୍କାରୁ ବଢି ୫୪ ଟଙ୍କା ହେଲା । ସେହିପରି ଦୁଗ୍ଧ ଚାଷୀଙ୍କୁ ଅଧିକ ୩ ଟଙ୍କା ଦେବେ ରାଜ୍ୟ ସରକାର । ଆଜିଠାରୁ ସରକାର ଗୋପାଳକଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ଦିଆଯିବ । ଖାଉଟି ମାନଙ୍କ ପାଇଁ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଥିବାବେଳେ ୨ ଟଙ୍କା ବହନ କରିବେ ରାଜ୍ୟ ସରକାର ।ଦୁର୍ଘଟଣା ଜନିତ କାରଣରୁ କୃଷକଙ୍କ ମୃତ୍ୟୁ ଘଟିଲେ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ । ସରକାର ୧ ହଜାର ୪୨୩ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ପ୍ରଚଳନ କରିଛନ୍ତି କାମଧେନୁ ଯୋଜନା ।

Leave a Reply

Your email address will not be published. Required fields are marked *