ଭିଜିଲାନ୍ସ ଜାଲରେ ଅନୁଗୁଳ ଡିଭିଜନ୍ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ

ଭୁବନେଶ୍ୱର,୧୮/୦୮: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଅନୁଗୁଳ ଡିଭିଜନ୍ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ତାଙ୍କର ୮ଟି ଠିକଣାରେ ଏକକାଳୀନ ରେଡ୍‌ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରାଯାଉଛି । ଅନୁଗୁଳ ଅଫିସ ଓ ସରକାରୀ ବାସଭବନ ସମେତ ସୁନ୍ଦରଗଡ଼ ଟାଉନ୍‌ରେ ଥିବା ୩ ମହଲା କୋଠାରେ ଚଢ଼ାଉ ହେଉଛି । ରାଉରକେଲା ଗୋପବନ୍ଧୁ ନଗରରେ ଥିବା ୨ ମହଲା କୋଠା, ଭୁବନେଶ୍ବର ଘାଟିକିଆ ଓରଭିଲା ଫେଜ୍‌-୩ରେ ଥିବା ଦୁଇଟି ଫ୍ଲାଟରେ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଗଞ୍ଜାମରେ ଥିବା ପୈତୃକ ଘର ଓ ଶ୍ବଶୁର ଘରେ ଚଢ଼ାଉ ଚାଲିଛି।